ରାଜ୍ୟ

ଭିମସାର ନିର୍ଦ୍ଦେଶକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ : ୧୨ ଘଣ୍ଟିଆ ବୁର୍ଲା ବନ୍ଦ

Published

on

ସମ୍ବଲପୁର ୧୦/୧୨ : ଭିମସାରର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ବୁର୍ଲାବାସୀ । ସେମାନେ ସୋମବାର ୧୨ ଘଣ୍ଟିଆ ବନ୍ଦ ପାଳନ କରିବା ଫଳରେ ବୁର୍ଲା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଦୋକନବଜାର, ସ୍କୁଲକଲେଜ ଓ ବିଭିନ୍ନ ଅଫିସ ବନ୍ଦ ରହିଥିବାବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି । ଶ୍ରୀ ପୂଜାହାରୀଙ୍କୁ ତାଙ୍କ ପଦବୀରେ ପୁନଃ ଅବସ୍ଥାପନ କରିବା ଦାବିରେ ବୁର୍ଲାର ଲୋକମାନେ ସୋମବାର ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିଛନ୍ତି । ଜୁନିୟର ଡାକ୍ତରମାନେ ଶ୍ରୀ ପୂଜାହାରୀଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବାରୁ ତାଙ୍କୁ ଛୁଟିରେ ଯିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version