ଭୁବନେଶ୍ୱର ୧୦/୧ : ଭୁବନେଶ୍ୱର ଧୀରେ ଧୀରେ ଚୋରା ନିଶା ବେପାରିଙ୍କ ପେଣ୍ଠ ପାଲଟିବାରେ ଲାଗିଛି । ପୋଲିସର କାର୍ଯ୍ୟାନୁଷ୍ଠାନ ସତ୍ତେ୍ୱ ଏହାକୁ କିଭଳି ସଫଳତାର ସହ ରୋକାଯାଇପାରୁନାହିଁ ସେଥିନେଇ ବିଭିନ୍ନ ମହଲରେ ଭ୍ରୂକୁଂଚନ ସୃଷ୍ଟି ହୋଇଛି । ଗତ ସପ୍ତାହରେ ହଳଦୀପଡ଼ିଆରୁ ବ୍ରାଉନସୁଗାର ଜବତ କରାଯାଇଥିବାବେଳେ ଆଜି ଖଣ୍ଡଗିରି ନିକଟରୁ ପୁଣି ଏହି ଧଳା ଜହର ଜବତ କରାଯାଇଛି । ଖୋର୍ଦ୍ଧା ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାଡ ଖଣ୍ଡଗିରିରୁ ୧୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏ ସଂକ୍ରାନ୍ତରେ ଜଣକୁ ଗିରଫ କରାଯାଇଥିବାବେଳେ ଗୋଟିଏ ବାଇକ ଜବତ କରାଯାଇଛି ।