ଦେଶ ବିଦେଶ

ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର ହେବ ରେଳ ବିଦ୍ୟୁତ୍ କାର୍ଯ୍ୟାଳୟ

Published

on

ଭୁବନେଶ୍ୱର ୧୫/୩ : ଭୁବନେଶ୍ବରରୁ ରେଳ ବିଦ୍ୟୁତକରଣ ଅଫିସ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବା ନେଇ ରେଳ ମନ୍ତ୍ରଣାଳୟ ଚିଠି ଲେଖିଛି। ସାଧାରଣ ନିର୍ବାଚନ ନେଇ ସାରା ଦେଶରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ବେଳେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଏପରି ବୈମାତୃକ ନିଷ୍ପତ୍ତି ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରେଳ ବୋର୍ଡ଼ କାର‌୍ୟ୍ୟନିର୍ବାହି ନିର୍ଦ୍ଦେଶକ ଭୁପିନ୍ଦର ସିଂହ ଗତ ୧୩ ତାରିଖରେ ଆହ୍ଲାବାଦରେ ଅବସ୍ଥିତ କେନ୍ଦ୍ରୀୟ ରେଳ ବିଦ୍ୟୁତକରଣ ଅଫିସ ମୁଖ୍ୟାଳୟର ଜେନେରାଲ ମ୍ୟାନେଜରଙ୍କୁ ଭୁବନେଶ୍ବରରୁ ବିଦ୍ୟୁତକରଣ ଅଫିସ ସ୍ଥାନାନ୍ତର କରିବା ନେଇ ଚିଠି ଲେଖିଛନ୍ତି।
ଅଫିସ ସ୍ଥାନାନ୍ତର ନେଇ ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ ରେଳ ବିଭାଗର ବିଦ୍ୟୁତକରଣ କାମ ସମ୍ପୂର୍ଣ୍ଣ ହୋଇଛି। ଏବେ ବେଙ୍ଗାଲରୁରେ ବିଦ୍ୟୁତକରଣ କାମ ପାଇଁ ବିଦ୍ୟୁତକରଣ ଅଫିସର କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏତେ ଦୂର ଯାଇ କର୍ମଚାରୀ କାମ କରିବା ଅସମ୍ଭବ ହେବାରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଯେହେତୁ ବିଦ୍ୟୁତକରଣ ଅଫିସଟି ଭୁବନେଶ୍ବରରେ ସ୍ଥାୟୀ ଅଫିସ ଭାବେ କାର‌୍ୟ୍ୟକରୁନଥିଲା, ସେଥିପାଇଁ ଓଡ଼ିଶାରୁ କାର‌୍ୟ୍ୟ ସମ୍ପୂର୍ଣ୍ଣ ହେବା ପରେ ସ୍ଥାନାନ୍ତର କରାଯାଉଛି।

Leave a Reply

Your email address will not be published. Required fields are marked *

Trending

Exit mobile version