ଭୁବନେଶ୍ୱର ୩୦/୧୧ : କମିଶନରେଟ୍ ପୋଲିସ ଶୁକ୍ରବାର ୯ ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୪ଟି ବାଇକ୍ ସହ ୩୫ଟି ମୋବାଇଲ ଜବତ କରାଯାଇଛି । ଜବତ ହୋଇଥିବା ମୋବାଇଲ୍ଗୁଡ଼କ ମଧ୍ୟରୁ କେତୋଟି ମୋବାଇଲ କଳିଙ୍ଗ ଷ୍ଟାଡିୟମ ନିକଟରୁ ଚୋରି ହୋଇଥିଲା । ବିଶ୍ୱକପ୍ ହକି ଚାଲିଥିବା କଳିଙ୍ଗ ଷ୍ଟାଡିୟମ୍ରେ ଭିଡ଼ର ସୁଯୋଗ ନେଇ ଲୁଟେରାମାନେ ଏସବୁ ହାତ ସଫେଇ କରିଥିଲେ ବୋଲି କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି । ସପ୍ତାହକ ମଧ୍ୟରେ ପୋଲିସ ୧୭ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ମୋଟ ୭୫ଟି ମୋବାଇଲ ଜବତ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।