ରାଜ୍ୟ

ଭୁବନେଶ୍ୱରରେ ଏନ୍‌ଡିଆର୍‌ଏଫ୍ ଡିଜି

Published

on

ଭୁବନେଶ୍ୱର ୮/୫ : ପୁରୀ ଓ ଭୁବନେଶ୍ୱର ଅଞ୍ଚଳରେ ଫୋନି ପ୍ରଭାବରେ ଅତୁଳନୀୟ କ୍ଷତି ହୋଇଛି । ରାସ୍ତାଘାଟ ବୃକ୍ଷସୂନ୍ୟ ହୋଇଯାଇଛି । ଏହି ବିଭୀଷିକାକୁ ସନ୍ତୁଳୀତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟାଭିଡିଥିବା ବେଳେ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି । ସ୍ଥିତି ସୁଧାରିବା ପାଇଁ ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍, ଅଗ୍ନୀଶମ ବିଭାଗ ଆଦି ଲାଗିପଡିଥିବା ବେଳେ ଆଜି ଏନଡିଆର୍‌ଏଫ ଡିଜି ସତ୍ୟନାରାୟନ ଜେନା ସ୍ଥିତି ସମୀକ୍ଷା କରିବା ପାଇଁ ଭୁବନେଶ୍ୱରେ ପହଞ୍ଚିଛନ୍ତି । ବାତ୍ୟା ଫୋନି ତାଣ୍ଡବ ପରର ସ୍ଥିତି ସମୀକ୍ଷା କରିବା ପାଇଁ ବୁଧବାର ଏନ୍‌ଡିଆର୍‌ଏଫ୍ ଡିଜି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛଛନ୍ତି । ଫୋନି ପ୍ରଭାବରେ ବିଶେଷକରି ପୁରୀ ଓ ଭୁବନେଶ୍ୱରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ପରିପ୍ରେକ୍ଷିରେ ଏନ୍‌ଡିଆର୍‌ଏଫ୍ ଡିଜି ଭୁବନେଶ୍ୱରର ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି । ସତ୍ୟନାରାୟନ ଜେନାଙ୍କର ଆଜି ଇଏସ୍‌ଆଇ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିବାର କାର‌୍ୟ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version