ରାଜ୍ୟ

ଭୁବନେଶ୍ୱରରେ ଦେଶର ପ୍ରଥମ ଭିଜିଲାନ୍ସ ଏକାଡ଼େମୀ

Published

on

ଭୁବନେଶ୍ୱର ୨୮/୧୧ : ଭୁବନେଶ୍ୱରରେ ରାଜ୍ୟ ଭିଜିଲାନ୍ସ ଏକାଡେମୀ ପ୍ରତିଷ୍ଠା ହୋଇଛି । ସମଗ୍ର ଦେଶରେ ଏହା ହେଉି ସର୍ବ ପ୍ରଥମ ଭିଜିଲାନ୍ସ ଏକାଡେମୀ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୁଧବାର ଏହାକୁ ଉଦ୍ଘାଟନ କରିଛନ୍ତି ।
ଏଠାରେ ଆଇପିଏସ୍ ଏବଂ ପିଏସ୍ ଅଧିକାରୀଙ୍କ ସହ ପୋଲିସ ସବ୍ଇନ୍ସପେକ୍ଟରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ବିଶେଷକରି ପୋଲିସ ଅଧିକାରୀଙ୍କ ଦକ୍ଷତା ଓ ଦୁର୍ନୀତି ନିବାରଣ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରାଯିବ । ଏହି ଏକାଡେମୀରେ କେବଳ ରାଜ୍ୟର ପୋଲିସ ଅଧିକାରୀ ନୁହଁନ୍ତି, ଦେଶ-ଓ ବିଦେଶର ଅଧିକାରୀମାନଙ୍ୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version