ରାଜ୍ୟ

ଭୁବନେଶ୍ୱରରେ ପୁଣି ବାଘ ଆତଙ୍କ : ଲୋକେ ଭୟଭୀତ

Published

on

ଭୁବନେଶ୍ୱର ୨୨/୨ : ରାଜଧାନୀର ରଙ୍ଗମାଟିଆ ତଳସାହି ଅଂଚଳରେ ବାଘ ବୁଲୁଥିବା ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକେ । ଏନେଇ ବନବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚିଛି । ଏବଂ ସ୍ଥାନୀୟ ଅଂଚଳରେ ବାଘର ପାଦଚିହ୍ନ ଦେଖିବାକୁ ପାଇଛି ବନବିଭାଗ । ପାଦଚିହ୍ନକୁ ଦେଖିବା ପରେ ଏନେଇ ଅଧିକ ଛାନଭିନ କରାଯାଉଛି । ପୂର୍ବରୁ ପଳାସପଲ୍ଲୀରେ କଲରାପତରିଆ ଦେଖିବାକୁ ମିଳିଥିଲା । ଦୁଇ ଦିନର ଅପରେସନ ପରେ ଏହାକୁ କାବୁ କରାଯାଇଥିଲା । ତେବେ ବାରମ୍ବାର ଏପରି ଭାବରେ ରାଜଧାନୀରେ ବାଘ ଆତଙ୍କ ଦେଖାଯାଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version