ଭୁବନେଶ୍ୱର ୨୨/୧୨ : ଭୁବନେଶ୍ୱରରେ ଜଣେ ବିମାନଯାତ୍ରୀଙ୍କ ଶନିବାର ଦିନ ମୃତ୍ୟୁ ଘଟିଛି । ରାଜକୁମାର କର୍ମକାର ନାମକ ଏହି ବ୍ୟକ୍ତିଜଣକ ଇଣ୍ଡିଗୋ ବିମାନରେ କୋଲକାତାରୁ ବେଙ୍ଗାଲୁରୁ ଯିବାବେଳେ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଫଳରେ ବିମାନଟିକୁ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ସେଠାରୁ ରାଜକୁମାରଙ୍କୁ ସିଧା କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ହେଲେ ସେ ବଂଚିନଥିଲେ । ତାଙ୍କ ଘର ପଶ୍ଚିମବଙ୍ଗ ମାଳଦା ଅଂଚଳରେ ବୋଲି ଜଣାପଡ଼ିଛି ।