ଅପରାଧ

ଭୁବନେଶ୍ୱର ବିମାନବନ୍ଦରରୁ ୨୭୮ ଗ୍ରାମ ସୁନା ଜବତ

Published

on

ଭୁବନେଶ୍ୱର ୩/୪ : ବାରମ୍ବାର ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ ହେଉଛି । ଆଜି ଦୁଇ ଜଣଙ୍କ ଠାରୁ ୨୭୮ ଗ୍ରାମ ସୁନା ଜବତ ହୋଇଛି । ଆଜି ଅବକାରୀ ଗୁଇନ୍ଦା ବିଭାଗ ବ୍ୟାଙ୍କକରୁ ଆସୁଥିବା ଦୁଇ ଯାତ୍ରୀଙ୍କ ପାଖରୁ ସୁନା ଜବତ କରିଛି । ଦୁଇ ସୁନା ଚାଲାଣକାରୀ ବ୍ୟାଙ୍କକରୁ ସୁନା ଆଣି ନିଜ ପୋଷାକ ବଟନରେ ଲୁଚାଇ ଆସୁଥିବା ବେଳେ ଧରାପଡ଼ିଛନ୍ତି । ସେମାନଙ୍କ ଠାରୁ ୨୭୮ ଗ୍ରାମ ସୁନା ଜବତ ହୋଇଛି । ଧରା ପଡ଼ିଥିବା ଏହି ଦୁଇ ଚାଲାଣକାରୀଙ୍କ ଘର ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ବୋଲି ଜଣାପଡ଼ିଛି । ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ବୋଲି ଆଶଙ୍କା କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version