ରାଜ୍ୟ

ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଲା ଶହୀଦଙ୍କ ପାର୍ଥୀବ ଶରୀର : ଦିଆଗଲା ଗାର୍ଡ ଅଫ୍ ଅନର

Published

on

ଭୁବନେଶ୍ୱର ୧୬/୨ :  ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଓଡିଆଙ୍କ ମରଶରୀର ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଁଚିଛି । ବିମାନ ବନ୍ଦରରେ ପାର୍ଥୀବ ଶରୀର ପହଁଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେଠାରେ ତାଙ୍କୁ ରାଜ୍ୟ ସରକାର ଏବଂ ସିଆରପିଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ଏହାପରେ ମର ଶରୀରକୁ ସହିଦଙ୍କ ପୈତୃକ ଗାଁକୁ ନିଆଯିବ ।ବିମାନ ବନ୍ଦରରେ ସହିଦଙ୍କ ଶେଷ ଦର୍ଶନ ପାଇଁ ଭିଡ ପରିଲକ୍ଷିତ ହୋଇଛି । ଏହି ବଳିଦାନ ପାଇଁ ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଛି । ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଲୋକ ଆସି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶୋକ ପଣ୍ଡା, ପୋଲିସ ଡିଜି, ସିଆରପିଏଫର ବରିଷ୍ଠ ଅଧିକାରୀ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ରହି ସହିଦଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ଏହି ଆକ୍ରମଣରେ ୪୪ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଦୁଇଜଣ ଓଡିଆ ଯବାନ ରହିଥିଲେ । ସେମାନେ ହେଲେ ଜଗତସିଂପୁର ନାଉଗାଁର ପ୍ରସନ୍ନ ସାହୁ ଏବଂ କଟକ ନିଆଳିର ମନୋଜ ବେହେରା । ଆଜି ନିଜ ପୈତୃକ ଗ୍ରାମରେ ଉଭୟ ପ୍ରସନ୍ନ ଏବଂ ମନୋଜଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version