Nation

ଭୁବନେଶ୍ୱର ବିଳାସପୂର୍ଣ ଡୁପ୍ଲେକ୍ସ ସୋସାଇଟିରେ ଯୋଜନାବଦ୍ଧ ବିଦ୍ୟୁତ ଚୋରି

Published

on

ଭୁବନେଶ୍ୱର: ଏକ ଅବିଶ୍ୱସନୀୟ ଘଟଣାକ୍ରମରେ ବିଦ୍ୟୁତ ବିତରଣ ଟିପିସିଓଡିଏଲ ଅଧିକାରୀମାନେ ଏକ ବଡ଼ ଧରଣର ବିଦ୍ୟୁତ ଚୋରି ମାମଲା ଠାବ କରିଛନ୍ତି । ଏକ ଯାଂଚ ସମୟରେ ବାରଙ୍ଗ ଇଲେକ୍ଟ୍ରିକାଲ୍ ସେକ୍ସନ୍ ଅଧୀନସ୍ଥ ପଦସାହିରେ ଥିବା ଏକ ବିଳାସପୂର୍ଣ୍ଣ ଡୁପ୍ଲେକ୍ସ ସୋସାଇଟିର ୧୮ଟି ଘରେ ବିଦ୍ୟୁତ ଚୋରି ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଇଥିବା ଧରାପଡ଼ିଥିଲା ଏବଂ କିଛି ଦିନ ହେଲା ସେମାନେ ବେଆଇନ ଭାବେ ବିଦ୍ୟୁତ ବ୍ୟବହାର କରୁଥିଲେ ।ଏହି ହାଉସିଂ କମ୍ପେ୍ଲକ୍ସରେ ପ୍ରାୟ ୧୫୦ ଡୁପ୍ଲେକ୍ସ ଘର ଥିବା ବେଳେ ଆଉ ୫୦ଟି ନିର୍ମାଣାଧୀନ ରହିଛି । ଟିପିସିଓଡିଏଲ୍ ବିଛାଇଥିବା ଓଭରହେଡ୍ ଏଲ୍ଟି କେବୁଲ ସହ ଏହି ହାଉସିଂ କମ୍ପେ୍ଲକ୍ସର ବିଲ୍ଡର/ ଠିକାଦାର ନିଜସ୍ୱ ସିଙ୍ଗଲ୍ କୋର୍ ଇନ୍ସୁଲେଟେଡ୍ କେବୁଲ୍ ବିଛାଇଥିବା ଧରାପଡ଼ିଥିଲା । ଏକ ତାର ଖୁଂଟରେ ଏଲ୍ଟିି ନେଟ୍ୱର୍କ ସହ ଟ୍ୟାମ୍ପରିଂ କରି ସେଥିରେ ଇନସୁଲେଟେଡ କେବୁଲକୁ ବିଲ୍ଡର ଜଣକ ଯୋଡ଼ିଥିବା ଜଣାପଡ଼ିଥିଲା । ସେହି ଇନସୁଲେଟେଡ୍ କେବୁଲ ସହିତ ମୋଟ ୧୮ଟି ଡୁପ୍ଲେକ୍ସ ଘରର ତାରକୁ ଯୋଡ଼ାଯାଇଥିଲା ଓ କୌଣସି ମିଟର୍ ନଲଗାଇ ବିଦ୍ୟୁତ ବ୍ୟବହାର କରାଯାଉଥିଲା । ଏହା ବ୍ୟତୀତ ସୋସାଇଟି ମଧ୍ୟରେ ଥିବା ବିଲ୍ଡରଙ୍କ ସେଲ୍ସ୍ ଅଫିସ୍ମଧ୍ୟ ସମାନ୍ତରାଳ ଭାବେ ହୁକ ଜରିଆରେ ଚାଲୁଥିବା ଏବଂ ଏକ ସୁପର୍ ମାର୍ଟ (ଡିପାର୍ଟମେଂଟାଲ ଷ୍ଟୋର) ଅଲଗା ସଂଯୋଗ ବଦଳରେ ସୋସାସଇଟି ପାଇଁ ଲାଗିଥିବା ମିଟରରେ ଚାଲୁଥିବା ଜଣାପଡ଼ିଥିଲା । ସେଠାରେ ମୋଟ ୧୪୦ କିଲୋୱାଟ୍ର ଲୋଡ୍ ବୁକ୍ କରାଯାଇଥିଲା । ଏ ସମ୍ପର୍କରେ ଟିପିସିଓଡିଏଲ୍ର ପ୍ରବକ୍ତା କହିଛନ୍ତି ଯେ, “ଏଭଳି କାର୍ଯ୍ୟକଳାପ ବିରୋଧରେ ଆମେ ନିୟମିତ ଭାବେ ସଚେତନତାର ପ୍ରଚାର କରୁଛୁ କାରଣ ତାହା କେବଳ ଅନୈତିକ କାର୍ଯ୍ୟ ନୁହେଁ ବରଂ ଅତ୍ୟନ୍ତ ଅସୁରକ୍ଷିତ ହୋଇଥିବା ବେଳେ ବ୍ୟବହାରକାରୀ ଓ ସାଧାରଣ ଜନତାଙ୍କ ପାଇଁ ବଡ଼ ଧରଣର ବିପଦ ସୃଷ୍ଟି କରିବ । ବିଦ୍ୟୁତ ଚୋରି ଯୋଗୁ ଏଟିଏସି କ୍ଷତି ବଢ଼ିଥାଏ ଏବଂ ତାହା ବିଦ୍ୟୁତ ଦରକୁ ପ୍ରଭାବିତ କରିଥାଏ । ଲୋକମାନେ କେବଳ ବିଦ୍ୟୁତ ଚୋରିଠାରୁ ଦୂରେଇ ରହିବା ଉଚିତ ନୁହେଁ ବରଂ ସେଭଳି ଘଟଣା ବିଷୟରେ ୯୪୩୭୧୫୮୬୭୦ରେ ହ୍ୱାଟସ୍ଆପ୍ ମେସେଜ୍ ପଠାଇ କିମ୍ବା enforcement@tpcentralodisha.comରେ ଇ-ମେଲ୍ ପଠାଇ କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍ ବ୍ୟବହାର କରି ଜଣାଇବା ଉଚିତ । ଉଲ୍ଲଂଘନକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version