ଯାଜପୁର ୧୪/୫ : ଡାକ୍ତରଙ୍କଭୁଲ ଅପରେସନ ପାଇଁ ମହିଳାଙ୍କ ଜୀବନ ଗଲା । ଏହାକୁ ନେଇ ଗାଁ ଲୋକେ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।
ଭୂବନ ଗାଁର ଅଂଜଳି ବେହେରା ପ୍ରସବ ପାଇଁ ୧୦୨ ଆମ୍ବୁଲାନ୍ସରେ ଯାଜପୁର ଜିଲ୍ଳା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦକୁ ଆସିଥିଲେ । ପ୍ରସବ କରିବାପାଇଁ ଡାକ୍ତରଖାନା ଇନଚାର୍ଜରେ ଥିବା ଡାକ୍ତର ମାନସ ରଂଜନ ସ୍ୱାଇଁ ମହିଳାଙ୍କୁ ଇଂଜେକ୍ସନ ଦେଇଥିଲେ ଏବଂ ଭେନ କାଟଥିଲେ । ଫଳରେ ଶିଶୁ ଜନ୍ମ ହେଲା ପରେ ରକ୍ତ ପ୍ରବାହ ବନ୍ଦ ହୋଇନଥିଲା । ଏହାକୁ ଦେଖି ମହିଳାଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତରଣ କରିଥିଲେ ଡାକ୍ତର । ରାସ୍ତାରେ ମହିଳାଙ୍କ ମୃତ ହୋଇଥିଲା । ଉତ୍ୟକ୍ତ ଗାଁ ଲୋକେ ରାତି ୧୧ଟାରେ ଡାକ୍ତରଖାନା ଆସି ବ୍ୟପକ ଭଙ୍ଗାରୁଜା କରିଥିଲେ ।