ଅପରାଧ

ଭୂତ ଛଡ଼ାଇବା ନାଁରେ ନାବାଳିକାଙ୍କୁ ଅସଦାଚରଣ : ବାବା ଗିରଫ

Published

on

ନୂଆପଡ଼ା ୧୩/୬ : ନୂଆପଡ଼ା ଖଡ଼ିଆଳରେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ ହୋଇଛନ୍ତି । ନାବାଳିକାଙ୍କୁ ଭୂତ ଲାଗିଥିବା ସନ୍ଦେହ କରି ତାଙ୍କ ପରିବାର ଲୋକେ ବାବାଙ୍କୁ ଘରକୁ ଡ଼ାକିଥିଲେ । ପରେ ବାବା ଜଣକ ନାବାଳିକାଙ୍କ ଘରକୁ ଯାଇ ଔଷଧ ଖାଇବାକୁ ଦେଇଥିଲେ। ଏହା ପରେ ସେ ଘର ଭିତର ପଟୁ କବାଟ ବନ୍ଦ କରି ସେଠାରେ ବାବା ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ନାବାଳିକା ଜଣକ ଚିତ୍କାର କରିଥିଲେ । ଫଳରେ ତାଙ୍କ ପରିବାର ଲୋକେ ଯାଇ ଦେଖିବା ପରେ ଅଚେତ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ପରେ ଖବର ପାଇ ପୋଲିସ ସେଇ ବାବାଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version