କଟକ ୨୭/୫ : ଗୋଟିଏ ନିର୍ଦ୍ଧିଷ୍ଟ ଦଳ କିଛି ଲୋକ ଏକ ପରିବାର ଉପରେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ମହିଳାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ଗୁରୁତର ୩ ଜଣଙ୍କୁ କଟକ ଏସ୍ସିବି ମେଡ଼ିକାଲକକୁ ସ୍ଥାନାନ୍ତର କରାଯାଇଛି । ନିଆଳି ପୋଲିସ ଗାଁରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଚଳିତ ନିର୍ବାଚନରେ ଭୋଟ୍ ନ ଦେବାରୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକି ଗୋଷ୍ଠୀ ପୋଖରୀ ଗାଁରେ ଜଣଙ୍କ ଘରେ ଜୋରଜବରଦସ୍ତ ପଶି ଆକ୍ରମଣ କରିଛନ୍ତି । ପରିବାର ଲୋକଙ୍କ ଠେଙ୍ଗାରେ ବାଡ଼େଇଛନ୍ତି । ଫଳରେ ସେହି ପରିବାର ଜଣେ ମହିଳାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିଆଳି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମାତ୍ର ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାକରୁ ଏସ୍ସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଫୋର୍ସ ମୁତୟନ ହୋଇଛନ୍ତି ।