ଦେଶ ବିଦେଶ

ମଙ୍ଗଳବାର ଅଯୋଧ୍ୟା ମାମଲା ଶୁଣାଣି

Published

on

ନୂଆଦିଲ୍ଲୀ ୨୫/୨ : ସୁବ୍ରମଣ୍ୟମ ସ୍ୱାମୀ ଅଯୋଧ୍ୟାରେ ବିବାଦିତ ରାମ ମନ୍ଦିରରେ ପୂଜା କରିବାକୁ ନେଇ ଦାଖଲ କରିଥିବା ଯାଚିକାକୁ ଆଜି ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଏହି ମାମଲାରେ ଶୁଣାଣି ସମୟରେ ସୁବ୍ରମଣ୍ୟମ ଉପସ୍ଥିତ ରହିବା ପାଇଁ ନ୍ୟାୟାଳୟ ଆଦେଶ ଦେଇଛନ୍ତି । ତାଙ୍କ ଯାଚିକାରେ ଅଲଗା ଭାବରେ ଶୁଣାଣି କରିବା ପାଇଁ ସୁବ୍ରମଣ୍ୟମ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ ଏବଂ ନ୍ୟାୟାଧୀଶ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠକୁ ଅନୁରୋଧ କରିଥିଲେ ।
ଏହାକୁ ନେଇ ଖଣ୍ଡପୀଠ କହିଛନ୍ତି କି, ଅଯୋଧ୍ୟା ପ୍ରକରଣର ମୁଖ୍ୟ ମାମଲାରେ ମଙ୍ଗଳବାର ଦିନ ଶୁଣାଣି କରାଯିବ । ଗତ ବର୍ଷ ଅଯୋଧ୍ୟା ମାମଲାରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ହସ୍ତକ୍ଷେପକୁ ଶୀର୍ଷ ଅଦାଲତ ମନା କରିଦେଇଥିଲା ଏବଂ ମୂଳ ପକ୍ଷକାରଙ୍କ ବ୍ୟତୀତ ଏଥିରେ ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version