ରାଜ୍ୟ

ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ କମ୍ ଦରରେ ଧାନି ବିକି କ୍ଷତି ସହୁଛନ୍ତି ଚାଷୀ

Published

on

କଳାହାଣ୍ଡି ୨୦/୫ : ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଅଭାବୀ ବିକ୍ରିର ସାମ୍ନା କରୁଛନ୍ତି । ଖଳାରୁ ଚାଷୀର ପରିଶ୍ରମକୁ ଖୁବ୍ କମ୍ ଦରରେ କିଣି ନେଉଛି ଦଲାଲ୍ । କଳାହାଣ୍ଡି ଜିଲ୍ଲାରେ ରବି ଧାନ ଅମଳ ପରେ ଅଭାବୀ ବିକ୍ରିର ଶୀକାର ହେଉଛନ୍ତି ଚାଷୀ । ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ଦଲାଲ ହାବୁଡରେ ପଡିଥିବା ଅଭିଯୋଗ ହୋଇଛି । ମେ ୧ ତାରିଖରେ ଜିଲ୍ଲାରେ ମଣ୍ଡି ଆରମ୍ଭ ହେବ ବୋଲି ଯୋଗାଣ ବିଭାଗ ଘୋଷଣା କରିଥିଲା । ହେଲେ ପରବର୍ତ୍ତୀ ପର‌୍ୟ୍ୟାୟରେ ଧାନ ଅମଳ ହୋଇନଥିବା ଦର୍ଶାଇ ମଣ୍ଡି ଖୋଲିବା ତାରିଖ ମେ ୧୫କୁ ଘୁଚାଂଇ ଦିଆଗଲା । ହେଲେ ଆଜି ପର‌୍ୟ୍ୟନ୍ତ ମଣ୍ଡି ଖୋଲିନାହିଁ । ଯାହାର ଫାଇଦା ଉଠାଇ ଦଲାଲ ମାଲାମଲ୍ ହେଉଥିବା ବେଳେ ଚାଷୀ କ୍ଷତି ସହୁଛନ୍ତି ।
ଅମଳ ଧାନକୁ ଚାଷୀ ଖଳାରୁ ଦଲାଲକୁ ଅଣ୍ଡର ରେଟରେ ବିକ୍ରୀ ପାଇଁ ବାଧ୍ୟ ହେଉଛନ୍ତି । କାରଣ କାଳବୈଶାଖୀ ବର୍ଷାରେ ଧାନ ଭିଜିବା ଆଶଙ୍କା ରହିଛି । ଏହାସହ ମଣ୍ଡି ଖୋଲିବାର ଅନିଶ୍ଚିତତାରେ ଶୋଷିତ ହେଉଛି ଚାଷୀ । ଖରିଫ ଋତୁରେ ବର୍ଦ୍ଧିତ ମୁଲ୍ୟରେ ଧାନ କିଣା, ବକେୟା ଟଙ୍କା ନ ମିଳିବା ପର‌୍ୟ୍ୟନ୍ତ ରବି ଋତୁରେ ଧାନ କିଣା ପ୍ରକ୍ରିୟାରେ ମିଲର ସାମିଲ ହେବେ ନାହିଁ ସ୍ପଷ୍ଟ ଭାବେ ଶୁଣାଇ ଦେଇଛନ୍ତି । ଏପରିସ୍ଥିତିରେ ଜିଲ୍ଲାରେ ଧାନ ମଣ୍ଡି କେବେ ଖୋଲିବ ତାକୁ ନେଇ ଆନିଶ୍ଚିତତା ଦେଖା ଦେଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version