ନୂଆଦିଲ୍ଲୀ ୨୫/୩ : ନିର୍ବାଚନ ପାଇଁ ବର୍ତମାନ ସମୟରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରର ଭିଭିପାର୍ଟର ନମୁନା ସର୍ବେକ୍ଷଣ ସଂଖ୍ୟା ବୃଦ୍ଧି କରି ଏକରୁ ଅଧିକ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୮ ଅପରାହଣ ୪ଟା ମଧ୍ୟରେ ନିର୍ବାଚନ ଆୟୋଗ ଏହି ସମ୍ବନ୍ଧରେ ଜବାବ ଦେବ ବୋଲି ମୁଖ୍ୟ ନାୟାଧୀଶ ରଞ୍ଜନ ଗୋଗେଇ ଏବଂ ଅନ୍ୟ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି । ମତଦାତାଙ୍କ ସନ୍ତୁଷ୍ଟି ପାଇଁ ଭିଭିପାର୍ଟ ସଂଖ୍ୟା ବୃଦ୍ଧି କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ସହ ଅଦାଲତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ୨୧ ବିପକ୍ଷ ନେତାଙ୍କ ଯାଚିକାରେ ଶୁଣାଣି କରିବା ପାଇଁ ଅପ୍ରେଲ ୧ପର୍ୟ୍ୟନ୍ତ ଶୁଣାଣି ସ୍ଥଗିତ କରିଛନ୍ତି । ଲୋକସଭା ନିର୍ବାଚନରେ ପ୍ରତି ବିଧାନସଭା ଆସନରୁ ଆତି କମରେ ୫୦ ପ୍ରତିଶତ ଭୋଟିଙ୍ଗ ମେଶିନ ଏବଂ ଭିଭିପାର୍ଟ ଯାଂଚ୍ କରାଯିବ ବୋଲି ବିପକ୍ଷ ନେତାଙ୍କ ଯାଚିକାରେ ଦାବି କରାଯାଇଛି ।