କବିସୂର୍ଯ୍ୟନଗର ୧୫/୧୨ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଂଚଳରେ ଏକ ହତ୍ୟାକାଣ୍ଡ ଘଟିଛି । ମଦ ପିଇବାବେଳେ ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ତାଙ୍କର ଦୁଇଜଣ ସାଙ୍ଗ ହତ୍ୟା କରିଛନ୍ତି । ଖଇରାପଲ୍ଲୀ ଗ୍ରାମର ସକୁରିଆ ନାହକ ଅନ୍ୟ ୪ଜଣ ସାଙ୍ଗଙ୍କ ସହ ଗତ ରାତିରେ ଏକାଠି ମଦ ପିଇଥିଲେ । କୋ÷ଣସି କାରଣରୁ ସକୁରିଆ ସହ ଅନ୍ୟମାନଙ୍କର ପାଟିତୁଣ୍ଡ ହୋଇଥିଲା । ପରେ ସେଠାରୁ ଦୁଇଜଣ ପଳାଇ ଯାଇଥିବାବେଳେ ଅନ୍ୟ ଦୁଇଜଣ ଟାଙ୍ଗିଆରେ ସକୁରିଆକୁ ହାଣି ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା । ପୋଲିସ ଜଣକୁ ଗିରଫ କରିଥିବାବେଳେ ଅନ୍ୟଜଣେ ଫେରାର ହୋଇଯାଇଛି ।