ହଳଦିଆ ୨୫/୨ : ଆଜି ସକାଳେ ହଳଦିଆ ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।ଏହାପରେ ଗ୍ରାମବାସୀ ମଦ ଦୋକାନ ଭାଙ୍ଗିବା ସହ ଲଙ୍କାକାଣ୍ଡ ଘଟାଇଛନ୍ତି । ସେମାନେ ଦୁଇଟି ମଦ ଦୋକାନ ଭାଙ୍ଗିବା ସହ ରାସ୍ତାରୋକ ମଧ୍ୟ କରିଛନ୍ତି ।
ଆଜି ସକାଳେ ହଳଦିଆ ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଏହା ମଦଜନିତ ବୋଲି ଅଭିଯୋଗ କରିଥିଲେ । ଏହାପରେ ଯୁବକଜଣଙ୍କ ଜୀବୀତ ଥିବା ଭାବି ଗ୍ରାମବାସୀ ତାଙ୍କୁ ହଳଦିଆ ହସ୍ପିଟାଲରେ ଭର୍ତି କରିଥିଲେ । କିନ୍ତୁ ସେଠାରେ କୌଣସୀ ଡାକ୍ତର ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ଉତ୍ୟକ୍ତ ଲୋକେ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ । ଏହାସହ ଗ୍ରାମରେ ଥିବା ଦୁଇଟି ମଦ ଦୋକାନକୁ ମଧ୍ୟ ସେମାନେ ଭାଙ୍ଗି ନିଆଁ ଲଗାଇଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଉତ୍ୟକ୍ତଙ୍କୁ ବୁଝାସୁଝା କରିବା ସହ ରାସ୍ତାରୋକ ହଟାଇବାକୁ ଚେଷ୍ଟା ଜାରୀ ରଖିଛି ।