ଭୁବନେଶ୍ୱର:ସମସ୍ୟାର ସମୟ ସୁଯୋଗ ଆଣିଦେଇଥାଏ। ଏହି କଥା କେହି ନହେଲେବି ଓଡ଼ିଶାର ମଦ ବେପାରିମାନେ ଭଲ ଭାବରେ ବୁଝିଛନ୍ତି।
ଷାଠିଏ ଦିନର ଲକଡାଉନ ପରେ ସରକାର ରାଜସ୍ୱ ବିକଳରେ ଯେତେବେଳେ ମଦ ଦୋକାନ ଖୋଲିବା ନିଷ୍ପତି ନେଲେ ସେତେବେଳ ମଦ ବେପାରୀମାନେ ସୁଯୋଗ ପାଇଗଲେ ସରକାରଙ୍କର ଏହି ଅସହାୟ ଅବସ୍ଥାର।
ସରକାରଙ୍କୁ ନାଲି ଦେଖାଇବା ଆରମ୍ଭ କରିଦେଲେ।
ଷାଠିଏ ଦିନରେ ଯେଉଁ କ୍ଷତି ହୋଇଛି ଭରଣା ନକଲେ ମଦ ଦୋକାନ ଖୋଲିବୁ ନାହିଁ ବୋଲି ଧମକ ଦେଲେ । ଅନ ଲାଇନରେ ବିଲିଲେ ଆମର ଏମଜିକିୟୁ ହାସଲ ହେବ ନାହିଁ । ତାହାର ଭରଣା କରିବା କିଏ? ବୋଲି ପ୍ରଶ୍ନ କଲେ।
ହେଲେ ସରକାର କଣ ବୁଝାମଣା କରିଛନ୍ତି ଜଣା ପଡୁନି। ମଦ ବେପାରିମାନେ ସୁନା ପିଲା ଭଳି ଦୋକାନ ଖୋଲିବାକୁ ରାଜି ହୋଇଯାଇଛନ୍ତି ।
କେହି କେହି କହୁଛନ୍ତି ସରକାର ଲକଡାଉନ ଆରମ୍ଭରେ ଦୋକାନରେ ଷ୍ଟକ କେତେଥିଲା ଆଉ ଲକଡାଉନ ପରେ ବର୍ତମାନ କେତେ ଅଛି ଯାଞ୍ଚ ହେବ ବୋଲି କହିବା ପରେ ମଦ ବେପାରୀ ସଙ୍ଘର କେତକ ସଦସ୍ୟଙ୍କର ଆଖି ନଳୀରେ ଶ୍ୱେତା ପଡିବା ଆରମ୍ଭ କଲା। ବଡ ବେପାରୀ ଆଉ ଟାଣୁଆ ନେତାଙ୍କ ଆଖି ଦେଖି କୁଜି ନେତା ନରମା ପଡିଗଲେ।
କେବଳ ସେତିକି ନୁହେଁ ଅବକାରୀ ବିଭାଗର କଡା ଅଫିସରମାନେ କହିଲେ ଏମଆରପି ରେଟରେ ମଦ ବିକା ହେଉଛିକି ନାହିଁ କଡାକଡି ଯାଞ୍ଚ ହେବ। ରାଏପୁର ମାଲ ଦୋକାନରେ କେତେ ଅଛି ବାରମ୍ବାର ଯାଞ୍ଚ ହେବ ବୋଲି କୁଆଡେ କହିଲେ।
ସେତିକିରେ ଦୋକାନ ଖୋଲିଗଲା ଅନ ଲାଇନ ବେପାର ପାଇଁ।
ସେହିଭଳି ମଧ୍ୟପ୍ରଦେଶରେ ମଧ୍ୟ ମଦ ବେପାରୀମନେ ଶିବରାଜ ସିଂହ ଚୌହାନ ସରକାରକୁ ନାଲି ଆଖି ଦେଖାଉଥିଲେ। ହେଲେ କଣ ହେଲା କେଜାଣି ମଦ ବେପାରୀମନେ ସେଠି ବି ସୁନାପିଲା ଭଳି ଦୋକାନ ଖୋଲି ବସିଲେଣି।