ଭୁବନେଶ୍ୱର ୪/୧୨ : ମଧ୍ୟାହ୍ନ ଭୋଜନ ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ସୁପ୍ରିମ୍କୋର୍ଟ ମଙ୍ଗଳବାର ଓଡ଼ିଶା ସମତେ ୬ଟି ରାଜ୍ୟକୁ ଜୋରିମାନା କରିଛନ୍ତି । ତେବେ ଓଡ଼ିଶା, ଆନ୍ଧ୍ର, ଅରୁଣାଚଳପ୍ରଦେଶ, ମେଘାଳୟ ଓ ଜମ୍ମୁକାଶ୍ମୀର ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା କରାଯାଇଥିବାବେଳେ ଦିଲ୍ଲୀ ଉପରେ ୨ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି । ମଧ୍ୟାହ୍ନ ଭୋଜନର ଅନ୍ଲାଇନ୍ ଯାଂଚ ବ୍ୟବସ୍ଥା କରାଯାଇନଥିବାରୁ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଏଭଳି ଦଣ୍ଡ ବିଧାନ କରାଯାଇଛି ।