ରାଜ୍ୟ

ମନ୍ତ୍ରିମଣ୍ଡଳ ପୁନର୍ଗଠନର ପ୍ରଶ୍ନ ନାହିଁ

Published

on

ଭୁବନେଶ୍ୱର ୯/୧ : ରାଜ୍ୟ ମନ୍ତ୍ରିମଣ୍ଡଳ ପୁନର୍ଗଠନର ସମ୍ଭାବନା ନେଇ ଏହି କିଛିଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ନିର୍ବାଚନ ଆସୁଥିବା ଏବଂ ଦାମ ରାଉତ ଓ ପ୍ରଦୀପ ମହାରଥୀ ନିଜ ପଦରୁ ଇସ୍ତଫା ଦେଇଥିବା ପରିପ୍ରେକ୍ଷୀରେ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇପାରେ ବୋଲି କେତେକ ମହଲରେ ଆଲୋଚନା ଚାଲିଥିଲା । ତେବେ ମନ୍ତ୍ରୀମଣ୍ଡଳ ପୁନର୍ଗଠନ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version