ରାଜ୍ୟ

ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଚାଷୀଙ୍କ ସହ ଆଲୋଚନା ସଫଳ : ୨ୟ ବୈଠକରେ ସମସ୍ୟାର ସମାଧାନ ହେବ : ଅର୍ଥମନ୍ତ୍ରୀ

Published

on

ଭୁବନେଶ୍ୱର ୭/୧୨ : ରାଜ୍ୟର ଚାଷୀ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ହୋଇଥିବା ପ୍ରାଥମିକ ଆଲୋଚନା ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ଉକ୍ତ କମିଟିର ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରକାଶ କରିଛନ୍ତି ।
ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ କୃଷକ ଭବନଠାରେ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନବ ନିର୍ମାଣ କୃଷକ ସଂଗଠନ ସମେତ ରାଜ୍ୟରେ ଥିବା ବିଭିନ୍ନ ଚାଷୀ ସଂଗଠନର ଦାବି ଏବଂ ଚାଷୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆଲୋଚନା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ବୈଠକ ପରେ ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ବୈଠକରେ ରାଜ୍ୟର ୨୫ଟି ଚାଷୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଭାଗଚାଷୀ ଓ କ୍ଷୁଦ୍ର ଚାଷୀଙ୍କୁ ଚିହ୍ନଟ କାର୍ଯ୍ୟରେ ତ୍ୱରାନ୍ୱିତ କରାଯିବ । ଜୈବିକ ସାର ବ୍ୟବହାର କରୁଥିବା ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ । ପରବର୍ତ୍ତୀ ବୈଠକରେ ଋଣ ଛାଡ଼ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ଏହା ବ୍ୟତୀତ ଚାଷୀ ସଂଗଠନ ମାନଙ୍କ ପକ୍ଷରୁ ବହୁ ପ୍ରସ୍ତାବ ହସ୍ତଗତ ହୋଇଛି ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version