ରାଜ୍ୟ

ମନ୍ତ୍ରୀସ୍ତରୀୟ କମିଟି ବୈଠକ: କର୍ମଚାରୀଙ୍କ ଆଶାନୁରୁପ ସ୍ବାର୍ଥ ସାଧନ ହେବାଭଳି ପଦକ୍ଷେପ ନିଆଯାଉ : ବ୍ରଜ କିଶୋର ନନ୍ଦ

Published

on

ଭୁବନେଶ୍ୱର ୨୬/୨ : ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ବସିବ ବସିବ ମନ୍ତ୍ରୀ ସ୍ତରୀୟ କମିଟି ବୈଠକ। ରାଜ୍ୟରେ କର୍ମଚାରୀମାନଙ୍କର ବିଭିନ୍ନ ଦାବି ନେଇ ମଧ୍ୟ ଆଲୋଚନା କରାଯିବ। କିନ୍ତୁ କମିଟିର କାର‌୍ୟ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଓଡ଼ିଶା ଅଣଗେଜେଟଡ୍ କର୍ମଚାରୀ ସମନ୍ବୟ ସମିତି । କୌଣସି ଚାପର ବଶବର୍ତ୍ତୀ ନହୋଇ କର୍ମଚାରୀଙ୍କ ପ୍ରକୃତ ସମସ୍ୟାକୁ ବୁଝି ନିଷ୍ପତ୍ତି ନେବାକୁ କର୍ମଚାରୀ ସମନ୍ବୟ ସମିତି ଆଶାପ୍ରକାଶ କରିଛି।
ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଜଣାଇଛି, ରାଜ୍ୟରେ ୪ ଲକ୍ଷ ସରକାରୀ କର୍ମଚାରୀ, ଶିକ୍ଷକ ଓ ଠିକା କର୍ମଚାରୀମାନଙ୍କ ୫ ଦଫା ଦାବି ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ। କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ସୁପାରିସ ଅନୁଯାୟୀ ୨୦୧୬ ଜାନୁଆରି ପହିଲାରୁ ସଂଶୋଧିତ ହାରରେ ଘରଭଡ଼ା ପ୍ରଦାନ, ଦରମା ଅସଂଗତି, ନିୟମିତ କର୍ମଚାରୀଙ୍କ ପରି ଠିକା କର୍ମଚାରୀଙ୍କୁ ସମସ୍ତ ସୁବିଧା ପ୍ରଦାନ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସା ବାବଦ ଭତ୍ତା ଓ ଅବସରକାଳୀନ ବୟସର ପୁନଃ ନିର୍ଦ୍ଧାରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି କରାଯାଇଥିଲା।
ସେଥିରୁ କିଛିଟା ଦାବି ପୂରଣ ହୋଇଥଲାବେଳେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ଦାବି ଉପରେ ତର୍ଜମା କରି ସରକାରଙ୍କୁ ସୁପାରିସ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହାରଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଭିତରେ କମିଟିର ଦୁଇ ଥର ବୈଠକ ବସିସାରିଛି। ଆଗକୁ ନିର୍ବାଚନ ଥିବାରୁ ତରବରିଆ ଭାବେ ମନ୍ତ୍ରୀ ସ୍ତରୀୟ କମିଟି ନିଷ୍ପତ୍ତି ନନେଇ ସୁଚିନ୍ତିତ ଭାବେ କର୍ମଚାରୀଙ୍କ ଆଶାନୁରୁପ ସ୍ବାର୍ଥ ସାଧନ ହେବାଭଳି ପଦକ୍ଷେପ ନେବାକୁ ସମନ୍ବୟ ସମିତି ସାଧାରଣ ସମ୍ପାଦକ ବ୍ରଜ କିଶୋର ନନ୍ଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version