ସାହିତ୍ୟ

ମନ୍ତ୍ରୀ ଡ଼. ଅରୁଣ ସାହୁଙ୍କ ପୁସ୍ତକ ‘ମଣିଷ ବ୍ୟତିରେକ’ ଉନ୍ମୋଚିତ

Published

on

ଭୁବନେଶ୍ୱର: ରାଜ୍ୟ କୃଷି ମନ୍ତ୍ରୀ ଡ଼. ଅରୁଣ ସାହୁଙ୍କ ପୁସ୍ତକ ‘ମଣିଷ ବ୍ୟତିରେକ’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଭରଚୁଆଲ ମିଡିଆରେ ଗତକାଲି ଅନୁଷ୍ଠିତ ଏହି ପୁସ୍ତକକୁ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଉପନ୍ୟାସକାର ଡ଼. ପ୍ରତିଭା ରାୟ ଉନ୍ମୋଚନ କରିଥିଲେ। ଏହି ସଭାରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଡ଼.ଅରବିନ୍ଦ ରାୟ ଓ ଡ଼. ଅଜୟ ସ୍ୱାଇଁ ପୁସ୍ତକଟିର ସମୀକ୍ଷା କରିଥିଲେ। ପୁସ୍ତକଟିର ପ୍ରକାଶକ ଶୁଭେନ୍ଦୁ ଶେଖର ରଥ ପ୍ରକାଶୀୟ ମନ୍ତବ୍ୟ ରଖିଥିଲେ। ପକ୍ଷୀଘରର ସମ୍ପାଦକ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

ଡ଼.ସାହୁଙ୍କ ସମ୍ପାଦନାରେ ପ୍ରସ୍ତୁତ ଏହି ଗଳ୍ପ ସଂକଳନରେ ବିଭିନ ଲେଖାଙ୍କର ମୋଟ ୨୯ ଗଳ୍ପ ସନ୍ନିବେଶିତ ହୋଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version