ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜିକାଲି ଦୁଃଖରେ ଅଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ସିନା ହେଲେ ତାଙ୍କ ଇଚ୍ଛାରେ କିଛି କାମ ହେଉ ନାହିଁ ।
ମୁଖ୍ୟମନ୍ତ୍ରୀ ହେବାର ମାସେ ପରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେଲା । ପାଞ୍ଚ ଜଣ ମନ୍ତ୍ରୀଙ୍କୁ ନେଇ ମନ୍ତ୍ରୀମଣ୍ଡଳ ହେଲା। ହେଲେ ତାଙ୍କର ଇଛାରେ କିଛି ହେଲା ନାହିଁ । କରୋନା ମହାମାରୀର ମୃତ୍ୟୁର ତାଣ୍ଡବଲୀଳା ଚାଲିଥିବା ବେଳେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରି ବିରୋଧୀଙ୍କ ସମାଲୋଚନାର ପତ୍ର ହେଲେ ମୁଖ୍ୟମନ୍ତ୍ରୀ । ହେଲେ ତାଙ୍କ ଲୋକ କାହାକୁ ବି ମିଳିଲାନି ମନ୍ତ୍ରୀପଦ । ଅନ୍ୟ ପକ୍ଷରେ ତାଙ୍କର ବିରୋଧୀ ମାନେ ସବୁ ପଶିଗଲେ ମନ୍ତ୍ରମଣ୍ଡଳରେ । ସବୁଠାରୁ ବେଶୀ ବଧିଲା ଶତ୍ରୁଙ୍କୁ ଭଲ ଭଲ ବିଭାଗ ସବୁ ମିଳିଲା ।
ରାଜ୍ୟ ବିଜେପି ରାଜନୀତିରେ ଚୌହାନଙ୍କ ପରମ ଶତ୍ରୁ ନରୋତ୍ତମ ମିଶ୍ରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଗୃହ ଓ ସ୍ୱାସ୍ଥ୍ୟ ବିଭାଗ । କମଳ ନଥଙ୍କ କଂଗ୍ରେସ ସରକାର ଭାଙ୍ଗିବାରେ ନରୋତ୍ତମ ମିଶ୍ରଙ୍କର ବଡ ହାତ ଥିଲା ।ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକ ପ୍ରମୁଖ ଦବିଦାର ଥିଲେ । ମନ୍ତ୍ରୀ କମଳ ପଟେଲ ଏବଂ ମୀନା ସିଂହ ଚୌହାନଙ୍କ ଶିବିରର ନଥିଲେ ।
ତୁଳସୀରମ ସିଲବତ ଏବଂ ଗୋବିନ୍ଦ ସିଂହ ରାଜପୁତ ନିକଟରେ ବିଜେପିରେ ମିଶିଥିବା କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କ୍ୟାମ୍ପର ।
ମୁଖ୍ୟମନ୍ତ୍ରୀ ଚୌହାନଙ୍କ ଅତ୍ୟନ୍ତ ଘନିଷ୍ଠଭାବେ ଜଣାଶୁଣା ରାଜେନ୍ଦ୍ର ଶୁକ୍ଳ ଏବଂ ଭୁପେନ୍ଦ୍ର ସିଂହ ପ୍ରଥମ ଦଫାରେ ହୋଇପାରିଲେଣି ମନ୍ତ୍ରୀ।
ମଧ୍ୟପ୍ରଦେଶର ତିନି ତିନି ଥର ମୁଖ୍ୟମନ୍ତ୍ରୀ ଥିବା ଶିବ ରଜ ସିଂହ ଚୌହାନଙ୍କ ଏହି ଅବସ୍ଥା ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ବିଜେପିକୁ ଅନୁଧ୍ୟାନ କରୁଥିବା ରାଜନୈତିକ ପଣ୍ଡିତଙ୍କ କହିବା କଥା ଯେ ମୋଦି-ଅମିତ ଶାହାଙ୍କ ବିଜେପିରେ ଚୌହାନଙ୍କ ବିଶେଷ ଚାଲୁନି । ଏଥରର ମୁଖ୍ୟମନ୍ତ୍ରୀ ପାଳିରେ ତାଙ୍କ ଅପେକ୍ଷା ଦଳର ହୁକୁନାମା ବେଶୀ ଚାଲୁଛି ।