ଦେଶ ବିଦେଶ

ମମତାଙ୍କ ଉପରେ କ୍ଷୋଭ : ଇସ୍ତଫା ଦେଲେ ୧୨୬ ଡାକ୍ତର

Published

on

ପଶ୍ଚିମବଙ୍ଗ ୧୪/୬ : ପଶ୍ଚିମବଙ୍ଗର ଡାକ୍ତରଙ୍କ ହଡ଼ତାଳକୁ ସମର୍ଥନ ଦେଇ ଦିଲ୍ଲୀ ସହିତ ମୁମ୍ବାଇ, ପଞ୍ଜାବ, ମହାରାଷ୍ଟ୍ର, କେରଳ, ରାଜସ୍ଥାନ, ବିହାର, ମଧ୍ୟପ୍ରଦେଶରେ ଡାକ୍ତରମାନେ ମଧ୍ୟ କାମ କରିବାକୁ ମନା କରି ଦେଇଛନ୍ତି । ହସ୍ପିଟାଲ ବନ୍ଦ ଥିବା କାରଣରୁ ରୋଗୀମାନେ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି । ଅନ୍ୟ ପଟେ ପଶ୍ଚିମବଙ୍ଗ ମମତା ସରକାରଙ୍କ ଉପରେ କ୍ଷୋଭ ଦେଖାଇ ଏପର‌୍ୟ୍ୟନ୍ତ ୧୨୬ ଡାକ୍ତର ଇସ୍ତଫା ଦେଇ ସାରିଲେଣି । ରାଜ୍ୟରେ ଏଭଳି ସ୍ଥିତି ଦେଖି ଯଥା ଶୀଘ୍ର ଅନଶନରେ ବସିଥିବା ଡାକ୍ତରଙ୍କୁ ବୁଝାସୁଝା କରାଇବା ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀ ମେଡିକାଲ ଆସୋସିଏସନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ଯାହାର ପ୍ରଭାବ ଏଆଇଆଇଏମଏସ ଭଳି ହସ୍ପିଟାଲରେ ଦେଖାଯାଇଛି । ଏତଦ୍ ବ୍ୟତୀତ ମୁମ୍ବାଇରେ ମଧ୍ୟ ଡାକ୍ତରମାନେ କାମ କରିବା ବନ୍ଦ କରି ଦେଇଛନ୍ତି । ମୁମ୍ବାଇର ଡାକ୍ତରମାନଙ୍କ କହିବା କଥା ସେମାନେ କୋଲକାତା ଡାକ୍ତରଙ୍କ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ସେମାନେ ନୀରବ ପ୍ରତିବାଦ କରୁଛନ୍ତି । କିନ୍ତୁ ସେମାନେ ଗୁରୁତର ଥିବା ରୋଗୀମାନଙ୍କୁ ତଥା ଜରୁରୀକାଳୀନ ବିଭାଗରେ ଥିବା ରୋଗୀମାନଙ୍କ ଚିକିତ୍ସା କରୁଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version