କେନ୍ଦୁଝର ୧୧/୫ : ଝୁମ୍ପୁରା ଥାନା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ ଓ ବୋଲେରୋ ମୁହାଁମୁହିଁ ଧକ୍କ ହେବା ଦ୍ୱାରା ଝୁମ୍ପୁରା ଥାନା ଏଏସ୍ଆଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ଏଏସ୍ଆଇ ମୋରିସ୍ କୁଜୁର ।
ଆଜି ଏଏସ୍ଆଇ ମୋରିସ୍ କୁଜୁର ବାଇକରେ ଥାନାକୁ ଯାଉଥିଲେ । ଏହି ସମୟରେ ୨୦ ନମ୍ବର ଜାତୀୟ ରାଜପଥରେ ଝୁମ୍ପୁରା ବାଇପାସ୍ ନିକଟରେ ବୋଲେରୋଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଏଏସ୍ଆଇ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଝୁମ୍ପୁରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।