ରାଜ୍ୟ

ମର୍ମନ୍ତୁଦ ଦୁର୍ଘଟଣା : ୪ ଡାକ୍ତରୀ ଛାତ୍ରଛାତ୍ରୀ ମୃତ

Published

on

ଉତ୍ତରପ୍ରଦେଶ ୨୨/୫ : ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଛ । ସମସ୍ତେ ଶାରଦା ୟୁନିଭର୍ସିଟିର ମେଡ଼ିକାଲ ବିଭାଗର ଛାତ୍ରଛାତ୍ରୀ ଅଟନ୍ତି । ହିମାଚଳ ପ୍ରଦେଶରୁ ୟୁପି ଫେରୁଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
ନୋଏଡ଼ା ଶାରଦା ୟୁନିଭର୍ସିଟିର ୫ ଛାତ୍ରୀ ହିମାଚଳ ପ୍ରଦେଶରୁ ନୋଏଡ଼ା ଫେରୁଥିଲେ । ଏହି ଇଷ୍ଟର୍ଣ୍ଣ ପେରିଫେରଲ୍‌ ଏକ୍ସପ୍ରେସ୍‌ ନିକଟରେ ଛିଡ଼ା ହୋଇଥିବା ଏକ କ୍ୟାଣ୍ଟର୍‌ ସେମାନଙ୍କ କାର୍‌ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୪ ଜଣ ପ୍ରାଣ ହରାଇଛନ୍ତି । ଆଉ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ଜିଟିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଆଇଡି କାର୍ଡ ଅନୁସାରେ ମୃତକମାନେ ହେଲେ ପଞ୍ଜାବର ଶ୍ରୀକାନ୍ତ ଡିଙ୍ଗରା, ରାମପୁରର ସୁହୈବ, ଗଙ୍ଗାନଗରର ଅଭିଷେକ ସୋନୀ ଓ କରିସ୍ମା ଡୀଙ୍ଗରା ।

Leave a Reply

Your email address will not be published. Required fields are marked *

Trending

Exit mobile version