ଦେଶ ବିଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୧ ମୃତ

Published

on

ଜମ୍ମୁ କାଶ୍ମୀର ୧୬/୩ : ରାମବନ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ସେଠାରେ ଏକ କାର ସଡକରୁ ଖସିଯାଇ ଏକ ଖାଲରେ ପଡିବା କାରଣରୁ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି ।
ସେଠାକାର ଡିସୀ ରାମବନ ଶୌକତ ଏଜାଜ ଭଟ୍ଟ କହିଛନ୍ତି କି, ଏକ ଏସୟୁବି ଚନ୍ଦ୍ରକୋଟ ଠାରୁ ରାଜଗଡ ଯାଉଥିଲା । ସକାଳ ସାଢେ ଦଶଟା ସମୟରେ କୁଣ୍ଡା ନାଳା ନିକଟରେ ଏହି ଗାଡିଟି ୫୦୦ ଫୁଟ ଖାଲରେ ପଡିଯାଇଥିଲା । ଫଳରେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକମାନଙ୍କ ସହାୟତାରେ ପୁଲିସ ଏବେ ଉଦ୍ଧାର କାର‌୍ୟ୍ୟ ଚଳାଇଛି । ସେଠାରୁ ଦୁଇ ଜଣ ମହିଳା , ଜଣେ ଶିଶୁଙ୍କ ସମେତ ୫ଜଣଙ୍କର ଶବ ଉଦ୍ଧାର କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version