ବାଲେଶ୍ୱର ୭/୪ : କୁଣ୍ଡୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ କାର ଚାଳକଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି। । ୩ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସ୍ତା ବ୍ଲକ ଅନ୍ତର୍ଗତ ବୁର୍ମରାର ଗୋଟିଏ ପରିବାର ସଦସ୍ୟମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲେ । ପୁରୀରୁ ଫେରୁଥିବାବେଳେ କୁଣ୍ଡୁପୁର ନିକଟରେ ଏକ ଡମ୍ପରକୁ କାର୍ ଧକ୍କା ଦେଇଥିଲା । ଫଳରେ କାର୍ରେ ଥିବା ଚାରି ଜଣ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ମୃତକମାନେ ହେଲେ ତୋଫାନୀ ରଣା, ତାଙ୍କ ସ୍ତ୍ରୀ କଳ୍ପନା ରଣା, ସୁବି ରଞ୍ଜନ ପରିଡ଼ା ଓ ରବି ରଣା । ରବି କାର୍ ଚଲାଉଥିଲେ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି । ଅନ୍ୟ ତିନି ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।