ଦେଶ ବିଦେଶ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୬ ମୃତ

Published

on

ନୂଆଦିଲ୍ଲୀ ୧୭/୫ : ଉତ୍ତରପ୍ରଦେଶ ଦେବରିଆ- ବରହଜ ରାସ୍ତାରେ ଦ୍ରୁତ ଗତିରେ ଏକ କାର ଆସି ଟ୍ରକକୁ ଧକ୍କା ଦେଇ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୬ଜଣଙ୍କ ମୃତ୍ୟୁ ଘଟିଛି ।
ଉତ୍ତରପ୍ରଦେଶ ଦେବରିଆ- ବରହଜ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାଲି ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସୁଥିବା କାରଟି ରାସ୍ତାକଡ଼ରେ ଥିବା ଟ୍ରକକୁ ଧକ୍କା ଦେଇ ଭିତରେ ପଶିଯାଇଛି । ଫଳରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ କାରରେ ଯାଉଥିବା ୬ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ୪ଜଣଙ୍କ ଘର ଦେବରିଆ ଓ ଅନ୍ୟ ଜଣେ ଗୋରଖପୁର ଓ ଜଣେ ବିହାରର । ଭଲୁଅନୀ ଥାନା ବହୋର ଗାଁର ବାସିନ୍ଦା ତାଙ୍କ ଝିର ଦେହ ଅସୁସ୍ଥ ଥିବାରୁ ତାକୁ ମେଡ଼ିକାଲରୁ ଘରକୁ ଯିବା ବାଟରେ ଏହି ଅଘଟଣ ଘଟିଛି । ଦେବରିଆ ସହର କୋତବାଲୀର ଦନୋପୁର ନିବାସୀ ଓମପ୍ରକାଶ ,ରାକେଶ ସହ ଅନିଲ ଶ୍ରୀବାସ୍ତବ , ଶଶାକ ମଣି , ଗୋରଖପୁରର ସୈନିକ କୁଂଜ ନିବାସୀ ସନ୍ତୋଷ ସିଂହ ଓ ବିହାରର ଅଚ୍ଛେଲାଲ ସେହି କାରରେ ଥିବାରୁ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ରାତି ୧୨ଟା ବେଳେ ରାସ୍ତାରେ ଆସୁଥିବା ଏକ ଗାଈକୁ ବଂଚାଇବାକୁ ଯାଇ କାରଟି ରାସ୍ତାକଡ଼ରେ ଥିବା ଟ୍ରକ ଆଡ଼େ ମାଡ଼ିଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version