ଦେଶ ବିଦେଶ

ମସଜିଦରେ ଗୁଳିକାଣ୍ଡ : କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ବ୍ରେଣ୍ଟନ୍ ଟାରାଣ୍ଟ୍

Published

on

ନ୍ୟୁଜିଲାଣ୍ଡ ୧୬/୩ : ଦୁଇଟି ମସଜିଦରେ ସଙ୍ଗଠିତ ଗୁଳିକାଣ୍ଡର ମୁଖ୍ୟ ସନ୍ଦିଗ୍ଧ ବିରୋଧରେ ଶନିବାର ଦିନ ନରହତ୍ୟା ଦୋଷ ଲାଗୁ କରାଯାଇଛି। ୪୯ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଏହି ଗୁଳିକାଣ୍ଡ ପରେ ପ୍ରଧାନମନ୍ତ୍ରୀ ଦେଶର ବନ୍ଧୁକ ଆଇନ ସଂକ୍ରାନ୍ତରେ ସଂସ୍କାର ଆଣିବାକୁ ପ୍ରତିଜ୍ଞା କରିଛନ୍ତି।ସନ୍ଦିଗ୍ଧ ୨୮ ବର୍ଷୀୟ ଅଷ୍ଟ୍ରେଲୀୟ ନାଗରିକ ବ୍ରେଣ୍ଟନ୍ ହେରିସନ୍ ଟାରାଣ୍ଟ୍ କ୍ରାଏଷ୍ଟଚର୍ଚ ଜିଲ୍ଲା କୋର୍ଟରେ ହାଜର ହେବା ପରେ ତାକୁ ବିନା ଆବେଦନରେ ରିମାଣ୍ଡରେ ନିଆଯାଇଛି। ଏପ୍ରିଲ୍ ୫ ତାରିଖ ଦିନ ବ୍ରେଣ୍ଟନକୁ ସାଉଥ୍ ଆଇଲାଣ୍ଡ୍ ସହରର ହାଇକୋର୍ଟରେ ହାଜର କରାଯିବାକୁ ଦିନ ଧାର‌୍ୟ୍ୟ କରାଯାଇଛି।
ହାତକଡ଼ି ସହିତ ଧଳା ରଙ୍ଗର କାରାଗାର ପୋଷାକରେ ସନ୍ଦିଗ୍ଧ ବ୍ରେଣ୍ଟନ୍ । ବ୍ରେଣ୍ଟନ୍ ଲାଗି ଅଦାଲତ ନିଯୁକ୍ତ କରିଥିବା ଓକିଲ ଜାମିନ କିମ୍ବା ପରିଚୟ ଗୋପନ ରଖିବାକୁ ଆବେଦନ କରିନଥିଲେ। ତା’ ବିରୋଧରେ ଆହୁରି ଦୋଷାରୋପ ବା ଚାର୍ଜ ଲାଗୁ କରାଯିବ ବୋଲି ପୁଲିସ କହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version