ଦେଶ ବିଦେଶ

ମସୁଦ୍ ଅଜହରକୁ ନେଇ ସୁରକ୍ଷାକବଚ ନ ହେଉ ଚୀନ୍ : ଆମେରିକା

Published

on

ନୂଆଦିଲ୍ଲୀ ୨୮/୩ : ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ପ୍ରମୁଖ ମସୁଦ୍ ଅଜହରକୁ ନେଇ ଭାରତକୁ ଆମେରିକାର ସପୋର୍ଟ ମିଳିଛି । ଆମେରିକା ଚୀନ୍ କୁ କଡା ଚେତାବନୀ ଦେଇ କହିଛି ଯେ ମସୁଦ୍ ଅଜହରକୁ ନେଇ ଚୀନ୍ ସୁରକ୍ଷାକବଚ ନହେଉ । କେବଳ ଏତିକି ନୁହଁ ଏହି ଆତଙ୍କବାଦୀ ଉପରେ ବିଶ୍ୱ ଆତଙ୍କବାଦୀର ମୋହର ଲଗାଇବା ପାଇଁ ଆମେରିକା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ନୂଆ ପ୍ରସ୍ତାବ ମଧ୍ୟ ଆଣିବାକୁ ଯାଉଛି । ଏହା ପୂର୍ବରୁ ୟୁଏନଏସସିରେ ମସୁଦ୍ ଅଜହରକୁ ନେଇ ଆସିଥିବା ପ୍ରସ୍ତାବରେ ଚୀନ୍ ଭିଟୋ ପାୱାର ବ୍ୟବହାର କରି ଅଜହରକୁ ବଂଚାଇ ଦେଇଥିଲା ।
ମିଡିଆ ରିପୋର୍ଟ ଅନୁସାରେ,ଆମେରିକା ଏବେ ଚୀନ୍କୁ ଏକୁଟିଆ କରି ଫ୍ରାନ୍ସ ଏବଂ ବ୍ରିଟେନ୍ ରୁ ଅଜହର ବିରୋଧରେ ପ୍ରସ୍ତାବ ଆଣିବା କଥା ଉଠୁଛି । ଚୀନ୍ ଉପରେ ଚାପ ପକାଇବା ପାଇଁ ଏକ କମିଟି ମଧ୍ୟ ଡକାଯାଇପାରେ । ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପମ୍ପିୟୋଙ୍କ କହିବାନୁସାର ଏହା ପୂର୍ବରୁ ମସୁଦ୍ ଅଜହର ବିରୋଧରେ ଆସିଥିବା ପ୍ରସ୍ତାବରେ ୯ ଟି ଦେଶ ଭାରତର ସାଥ୍ ଦେଇଥିଲେ । କିନ୍ତୁ ଚୀନର ଭିଟୋ ପାୱାର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲା । କିନ୍ତୁ ଏବେ ବ୍ରିଟେନ୍ ଏବଂ ଫ୍ରାନ୍ସ ସହ ଅନ୍ୟ ୧୫ ଟି ସଦସ୍ୟଙ୍କୁ ସହମତି ପାଇଁ କଥାବାର୍ତ୍ତା ଜାରୀ ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version