ଦେଶ ବିଦେଶ

ମସୁଦ ଅଜହରକୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା : ଚିନର ବିରୋଧ

Published

on

ନୂଆଦିଲ୍ଲୀ ୧୩/୩ : ମସୁଦ ଅଜହରକୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିବାର ମାତ୍ର କିଛି ଘଂଟା ପୂର୍ବରୁ ଚୀନ ଅସଲ ରୂପ ଦେଖାଇଛି । ଆଜି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ବୈଠକରେ ଆମେରିକା, ଫ୍ରାନ୍ସ, ଏବଂ ବ୍ରିଟେନ ଏହି ପ୍ରାସ୍ତାବ ଆଣିବା ପାଇଁ କହିଛନ୍ତି । କିନ୍ତୁ ସମାଧାନ ଏଭଳି ହେବା ଆବଶ୍ୟକ ଯାହା ସମସ୍ତ ପକ୍ଷଙ୍କୁ ସ୍ୱୀକାର‌୍ୟ୍ୟ ହେଉ ବୋଲି ଚୀନ କହିଛି ।
ଆଜି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ମସୁଦ ଅଜହରକୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଅଣାଯିବ । ଏହା ପରେ ସମସ୍ତ ଦେଶଙ୍କୁ ଏହି ବିଷୟରେ ଆପତି ମଗାଯିବ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୧୨୬୭ ଅଲକାଏଦା ପ୍ରତିବନ୍ଧ ସମିତି ଅଜହରକୁ ନାମିତ କରିବା ପ୍ରସ୍ତାବ ଫେବୃଆରୀ ୨୭ରେ ଫ୍ରାନ୍ସ, ବ୍ରିଟେନ ଏବଂ ଆମେରିକା ଦ୍ୱାରା ପ୍ରସ୍ତୁତ କରାଯାଇଛି ।
ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଲୁ କାଙ୍ଗ କହିଛନ୍ତି କି, ଚୀନ ୧୨୬୭ ସମିତିର ବିଚାର ବିମର୍ଶରେ ଭାଗ ନେବ । ଚୀନ ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଭିଟୋ ଶକ୍ତି ରଖୁଥିବା ଜଣେ ସଦସ୍ୟ । ତେଣୁ ଚୀନ ଉପରେ ସମସ୍ତଙ୍କର ନଜର ରହିଛି । ସମାଧାନ ସମସ୍ତଙ୍କୁ ସ୍ୱୀକାର‌୍ୟ୍ୟ ହେଉ ବୋଲି ଚୀନ ଦାବୀ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version