ନୂଆଦିଲ୍ଲୀ ୨୭/୪ : ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ଆତଙ୍କବାଦୀ ସଂଗଠନ ଜୈଶର ମୁଖ୍ୟ ମସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ମାମଲା ଜୋର ଧରିବାରେ ଲାଗିଛି । ଶୁକ୍ରବାର ବିଟ୍ରିଶ ହାଇ କମିଶନର ଡୋମିନିକ ଏସକ୍ୱିଥ ସାମ୍ୱାଦିକଙ୍କ ସହ କଥାବାର୍ତ୍ତା ହୋଇ କହିଛନ୍ତି ଯେ ୟୁକେ ଏହି ମାମଲାରେ ଆଶାବାଦୀ ଅଛି ଯେ ଏହି ପ୍ରକ୍ରିୟା ଶୀଘ୍ର ଶେଷ ହେବ । ସେ କହିଛନ୍ତି ଯେ, ଆମେ ଅପେକ୍ଷା କରିଛୁ ଯେ ଲମ୍ୱା ସମୟ ଧରି ଏହାକୁ ବିରୋଧ କରୁଥିବା ଦେଶ ଏହା ଉପରେ କଣ ନିଷ୍ପତ୍ତି ନେଉଛି, ଆମେ ଦୀର୍ଘ ଏକ ଦଶନ୍ଧୀ ଧରି ମସୁଦ ଅଜହର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ଆସୁଛୁ ।
ବରିଷ୍ଠ ୟୁକେ ଅଧିକାରୀ ଅଜହର ଉପରେ ପ୍ରତିବନ୍ଧକ ଲାଗାଇବା ପାଇଁ ହୋଇଥିବା ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀର ଗସ୍ତ ମଧ୍ୟ କରି ସାରିଛନ୍ତି । ଏହି ମାମଲା ଉପରେ ଅଧିକ ନଜର ରଖୁଥିବା ଗୋଟିଏ ସୂତ୍ରର ସୂଚନା ଅନୁସାରେ ବିଟ୍ରେନ, ଚୀନକୁ ନିଜର ବିରୋଧ ହଟାଇବାକୁ ଦାବି କରିଛି । ଜାତିସଂଘରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ଏହି ପ୍ରସ୍ତାବ ଆବେଦନ କରିଥିଲା ।