ଦେଶ ବିଦେଶ

ମସୂଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଆମେରିକା ସମସ୍ତ ପ୍ରକାର ଚେଷ୍ଟା କରିବ

Published

on

ନୂଆଦିଲ୍ଲୀ ୩/୪ :ମସୂଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଆମେରିକା ସମସ୍ତ ପ୍ରକାର ଚେଷ୍ଟା କରିବ ବୋଲି ସୂଚନା ଦେଇଛି । ଚୀନ ମସୂଦ ଅଜହରକୁ ବଂଚାଇବା ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର କାଉଂନସିଲର ଅନ୍ୟ ସଦସ୍ୟଙ୍କ ନିଷ୍ପତିକୁ ଫାଙ୍କି ଥିଲା ।
ଏନେଇ ଆମେରିକା ବୈଦେଶିକ ବିଭାଗର ପ୍ରବକ୍ତା କହିଛନ୍ତି, ମସୂଦ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ୟୁଏନଏସସି ସମିତିର ପ୍ରକ୍ରିୟା ମାଧ୍ୟମରେ ଆମେରିକା, ସୁରକ୍ଷା ପରିଷଦରେ ସାମିଲ ତାହାର ସହେଯାଗୀଙ୍କ ସହ ସମସ୍ତ ସଂସାଧାନକୁ ବ୍ୟବହାର କରିବାକୁ ଚେଷ୍ଟା କରିବେ । ଏତଦ୍ ବୟତୀତ ଆମେରିକା ଫ୍ରାନ୍ସ ଏବଂ ବ୍ରିଟେନର ସହେଯାଗୀଠାରୁ ୟୁଏନଏସସିରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛି । ଚୀନ ଦ୍ୱାରା କରାଯାଇଥିବା ଏକ ଆଲୋଚନାରେ ଆମେରିକାର ବୈଦେଶିକ ବିଭାଗ ଏହା କହିଛି ।
ସୋମବାର ଦିନ ଚୀନ ଏହି ମାମଲାରେ କହିଛି କି, ମସୂଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ମାମଲାରେ ସକାରାତ୍ମକ ଭାବରେ ବୁଝାମଣା କରାଯାଇଛି । ଆମେରିକା ଏହି ମୁଦ୍ଦାକୁ ସୁରକ୍ଷା ପରିଷଦରେ ନେଇ ଭୁଲ ଉଦାହରଣ ସୃଷ୍ଟି କରୁଛି ବୋଲି ଚୀନ ଅଭିଯୋଗ ଆଣିଛି । ଗତ ସପ୍ତାହରେ ଚୀନ ଜୈଶର ପ୍ରମୁଖକୁ ବାରମ୍ବାର ବଂଚାଇବା ପାଇଁ ଚେଷ୍ଟା କରୁଥିଲା । ଚୀନର ଏଭଳି କାର‌୍ୟ୍ୟାନୁଷ୍ଠାନ ହିଂସକ ଇସଲାମିକ ସମୂହକୁ ପ୍ରତିବନ୍ଧକରୁ ବଂଚାଇବା ଭଳି ରହିଛି । ତେବେ ଆମେରିକା ଦେଇଥିବା ପ୍ରସ୍ତାବରେ କୁହାଯାଉଛି କି, ମସୂଦ ଅଜହରର ଆତଙ୍କୀ ଅର୍ଥ ପୋଷଣ, ଯୋଜନା, ପ୍ରସ୍ତୁତି, ବେଆଇନି ଅସ୍ତ୍ରଶସ୍ତ୍ର ବିକ୍ରୀ ଆଦି କାମ ସହ ଜଡିତ । ଏଥିପାଇଁ ତାହା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ ।

Leave a Reply

Your email address will not be published. Required fields are marked *

Trending

Exit mobile version