ମହଙ୍ଗା ହେଲା ଏଲ୍.ପି.ଜି. ସିଲିଣ୍ଡର । ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ୨ଟଙ୍କା ୯୪ ପଇସା ବୃଦ୍ଧି ପାଇଥିବାବେଳେ ଅଣ ସବସିଡି ସିଲିଣ୍ଡର ୬୦ ଟଙ୍କା ବୃଦ୍ଧି ପାଇଛି । ଜୁନ୍ ମାସ ପରଠାରୁ ଏଲ୍.ପି.ଜି. ଦର ଲଗାତାର ୬ଥର ବୃଦ୍ଧି ହୋଇସାରିଥିବାବେଳେ ପୁଣି ବୁଧବାର ମଧ୍ୟରାତ୍ରିରୁ ଏଲ୍.ପି.ଜି. ଦରବୃଦ୍ଧି ପାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ଟିକସ ପ୍ରଭାବରେ ଏଲପିଜିର ମୂଳ ଦର ବଢ଼ିଥିବାରୁ ଏପରି ଦରବୃଦ୍ଧି ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଆଜି ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଦର ହ୍ରାସ କରିଛନ୍ତି ।