ଅପରାଧ

ମହାକାଳପଡ଼ାରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

Published

on

ମହାକାଳପଡ଼ା ୬/୧ : ପୋଲିସ ମହାକାଳପଡ଼ା ଥାନା ରାଜଗଡ଼ ଗାଁରୁ ଏକ ନକଲି ଜର୍ଦ୍ଦା କାରଖାନା ସିଲ କରିଛି । ଏହି କାରଖାନାରେ କିଛିଦିନ ହେବ ନକଲି ଗୋପାଳ ଜର୍ଦ୍ଦା ତିଆରି କରାଯାଉଥିଲା । ରବିବାର ସକାଳୁ ମହାକାଳପଡ଼ା ପୋଲିସ କାଖାନା ଉପରେ ଚଢ଼ାଉ କରି କିଛି ପରିମାଣର ଜର୍ଦ୍ଦା , ଯନ୍ତ୍ରପାତି ଓ ଆନୁସଙ୍ଗିକ ସାମଗ୍ରୀ ଜବତ କରିଛି । ଜବତ ହୋଇଥିବା ଜର୍ଦ୍ଦାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ସାଜିଦ ରାଜା ଓ ସଞ୍ଜୟ ମଲ୍ଲିକ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version