ନୂଆଦିଲ୍ଲୀ ୩/୧୨ : ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ କରୁଥିବା ବ୍ୟାରେଜ୍ ନେଇ ଓଡ଼ିଶା ସରକାର କରିଥିବା ଅଭିଯୋଗକୁ ଫାଙ୍କି ଦେଇଛି ଛତିଶଗଡ଼ । ସୋମବାର ମହାନଦୀ ଟ୍ରିବ୍ୟୁନାଲ୍ରେ ଏହାର ଶୁଣାଣି ବେଳେ ଛତିଶଗଡ଼ କହିଛି ଯେ, ବ୍ୟାରେଜ୍ ଦ୍ୱାରା ମହାନଦୀର ଜଳ ପ୍ରବାହ ଉପରେ କୋ÷ଣସି ପ୍ରଭାବ ପଡ଼ିବ ନାହିଁ । ତେଣୁ ଓଡ଼ିଶାର ଏହା କ୍ଷତି କରିବାର ପ୍ରଶ୍ନ ଉଠୁନାହିଁ । ବ୍ୟାରେଜ ଯୋଗୁଁ ଓଡ଼ିଶାରେ ମହନଦୀର ଜଳପ୍ରବାହ ଯଥେଷ୍ଟ କମିଯିବ ବୋଲି ଓଡ଼ିଶା କରିଥିବା ଯୁକ୍ତି ଆଦୋ÷ ବିଜ୍ଞାନସମ୍ମତ ନୁହେଁ କି ବିଶ୍ୱାସଯୋଗ୍ୟ ମଧ୍ୟ ନୁହେଁ ବୋଲି ଛତିଶଗଡ଼ ଯୁକ୍ତି ବାଢ଼ିଥିଲା । ମହାନଦୀରେ ଛତିଶଗଡ଼ କରୁଥିବା ବ୍ୟାରେଜ୍ଗୁଡ଼ିକ ମଧ୍ୟରୁ ୬ଟି ବ୍ୟାରେଜ୍କୁ ତୁରନ୍ତ ବନ୍ଦ କରିବା ଲାଗି ଓଡ଼ିଶା ଟ୍ରିବ୍ୟୁନାଲ୍ ନିକଟରେ ଆବେଦନ କରିଛି ।