ରାଜନୀତି

ମହାମେଣ୍ଟରେ ସାମିଲ ହେବନି ବିଜେଡ଼ି

Published

on

ଭୁବନେଶ୍ୱର ୯/୧ : ଜାତୀୟସ୍ତରରେ ମୁଣ୍ଡ ଟେକୁଥିବା ବିରୋଧୀ ମହାମେଣ୍ଟରେ ବିଜେଡ଼ି ସାମିଲ ହେବନାହିଁ । ଆଜି ଖୋଦ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିଦେଇଛନ୍ତି । ଗତକାଲି ଦିଲ୍ଲୀରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ମହାମେଣ୍ଟରେ ବିଜେଡ଼ି ସାମିଲ ହେବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବାଲାଗି କିଛି ସମୟ ଦରକାର । ବର୍ତ୍ତମାନ ହଠାତ କିଛି କହି ହେବନାହିଁ । ତେବେ ଆଜି ସେ ନିଜ ବକ୍ତବ୍ୟକୁ ଅଧିକ ସ୍ପଷ୍ଟ କରି ମହାମେଣ୍ଟରେ ଯୋଗ ଦେବେନାହିଁ ବୋଲି ସଫା ସଫା କହିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ରକ୍ଷା କରିବା ନୀତିରେ ବିଜେଡ଼ି ଅଟଳ ରହିଛି ଏବଂ ଆଗକୁ ମଧ୍ୟ ଦୂରତା ରକ୍ଷା କରିଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version