କଳାହାଣ୍ଡି ୩୦/୫ : କଳାହାଣ୍ଡି ଜିଲ୍ଲାରେ ଆଜି ଜଣେ ମହିଳାଙ୍କୁ ହାତୀ କଚାଡ଼ି ଦେଇଛି । ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜର ତେରେଲୋ ଗାଁ ଜଙ୍ଗଲରେ ଜଣେ ମହିଳାଙ୍କୁ ହାତୀ କଚାଡ଼ିବା ଫଳରେ ତାଙ୍କ ମୃତ୍ୟୁ ଘଟିଛି । ଆଜି ସକାଳ ସମୟରେ ମହିଳାଜଣକ ଗାଁ ନିକଟ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ । ସେହି ସମୟରେ ହାତୀଟି ଆସି ମହିଳାଙ୍କ କଚାଡ଼ି ତଳେ ପକାଇ ଦେଇଥିଲା । ଫଳରେ ମହିଳାଜଣକଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।