ଅପରାଧ

ମହିଳାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼

Published

on

ମାର୍ଶାଘାଇ ୧୪/୧ : ମାର୍ଶାଘାଇ ବ୍ଲକ ହାତୀଆ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଲୋକଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା । ଜଣେ ମହିଳାଙ୍କୁ ଶାଶୁ ଘର ଲୋକ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଥିଲେ । ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରିନଥିଲେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥାନ୍ତା । ପରେ ମହିଳା ଜଣକ ସ୍ଥାନୀୟ ସରପଂଚଙ୍କ ଘର ସମ୍ମୁଖରେ ବସିରହି ନ୍ୟାୟ ପାଇଁ ଗୁହାରି ଜଣାଇଥିଲେ । ଘରୋଇ କଳିକୁ କେନ୍ଦ୍ର କରି ଶାଶୁ ଘର ଲୋକ ତାଙ୍କୁ ପିଟିଥିବା ଜଣାଯାଇଛି । ପୂର୍ବରୁ ସମ୍ପୃକ୍ତ ମହିଳା ଜଣକ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version