ଦେଶ ବିଦେଶ

ମହିଳାଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

Published

on

କାଶ୍ମୀର ୫/୬ : କାଶ୍ମୀରରେ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ । ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ଇଦ୍ ଦିନରେ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଏହି ଗୁଳିମାଡ଼ରେ ଆଉ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି । ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ଥିତି ଏବେ ଗମ୍ଭୀର ଅଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଇଛନ୍ତି ।
ସୂଚନା ଅନୁସାରେ କାକାପୋରାର ନାରୱେଲ ଗାଁରେ ଆତଙ୍କବାଦୀମାନେ ସକାଳୁ ସକାଳୁ ନଗେନା ବାନୁ ନାମଙ୍କ ଜଣେ ମହିଳାଙ୍କ ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷାକର୍ମୀ । ପୋଲିସ ଅଧିକାରୀଙ୍କ ଅନୁସାରେ ଆଜି ସକାଳୁ ସକାଳୁ ନଗେନାଙ୍କ ଘରେ କିଛି ଆତଙ୍କବାଦୀ ପଶିଯାଇଥିଲେ ଓ ଅତର୍କିତ ଗୁଳିଚାଳନା କରିଥିଲେ । ଗୁଳିମାଡ଼ରେ ନଗେନା ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ମେଡ଼ିକାଲ ନେଇଯିବା ପରେ ଡାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version