ଅନୁଗୁଳ ୨୧/୩ : ଅନୁଗୁଳ ଜିଲ୍ଳା ପୁରୁଣାକୋଟ ଗୁରୁଧି ନିକଟରୁ ମୁର୍ମୂଷ ଅବସ୍ଥାରେ ଜଣେ ମହିଳା ଉଦ୍ଧାର ହୋଇଛନ୍ତି । ଗତକାଲି ସ୍ୱାମୀଙ୍କ ସହ ପୀଡ଼ିତା ମହିଳାଙ୍କ ଝଗଡ଼ା ହୋଇଥିଲ । ଏହା ପରେ ମହିଳାଜଣକ ଘରୁ ବାହାରି ବନ୍ତଳା ଥାନା ସାରଙ୍ଗପୁର ପଳାଇ ଆସିଥିଲେ । ପରେ ମହିଳାଙ୍କୁ ପାଂଚଜଣ ଜବରଦସ୍ତ ବିଷ ପିଆଇଥିବା ଅଭିଯୋଗ କରାଯାଇଛି । ଉଦ୍ଧାର ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ନାବାଳକ ପୂଅ ଏନେଇ ସୂଚନା ଦେଇଛି । କେଉଁ ପରିସ୍ଥିତିରେ ମହିଳାଙ୍କୁ ଏପରି ଅବସ୍ଥା କରାଯାଇଛି ତାହା ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।