ଅପରାଧ

ମହିଳାଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର

Published

on

ଭୁବନେଶ୍ୱର ୧୫/୬ : ବାଲୁଗାଁ ନିକଟରୁ ଜଣେ ମହିଳାଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ କେହି ଦୁର୍ବୃତ ଜାଳିଦେଇଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ବାଲୁଗାଁ ସରନଇ ନିକଟରେ ଥିବା ଏକ ବଗିଚାରୁ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହ ଅର୍ଧଦଗ୍ଧ ଅବସ୍ଥାରେ ରହିଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଆସି ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଛି । କେହି ବ୍ୟକ୍ତି ଟାୟାର ଜାଳି ମହିଳାଙ୍କୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version