ନୂଆଦିଲ୍ଲୀ ୨୦/୧୨ : ସଂସଦ ଓ ବିଭିନ୍ନ ରାଜ୍ୟର ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି ନେଇ ଆଜି ବିଜେଡ଼ି ସାଂସଦମାନଙ୍କ ଏକ ପ୍ରତିନିଧି ଦଳ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଭେଟିଛି । ଶ୍ରୀ ନାଇଡୁଙ୍କୁ ତାଙ୍କ ବାସ ଭବନରେ ଭେଟିବା ବେଳେ ସଂସଦରେ କିଭଳି ଏହି ଆଇନ୍ ଆସିପାରିବ ସେ ସମ୍ପର୍କରେ ସାଂସଦମାନେ ବିସ୍ତୃତ ଆଲୋଚନା କରିଛନ୍ତି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ଅନୁଭବ ମହାନ୍ତି, ପ୍ରତ୍ୟୁଷା ରାଜେଶ୍ୱରୀ, ପ୍ରସନ୍ନ ପାଟଶାଣୀ ପ୍ରମୁଖ ତାଙ୍କୁ ଭେଟିଥିଲେ । ଏହି କିଛିଦିନ ହେବ ବିଜେଡ଼ିର ସାଂସଦ, ବିଧାୟକ, ମନ୍ତ୍ରୀ ଓ ପ୍ରମୁଖ କର୍ମକର୍ତ୍ତାଙ୍କ ଭିନ୍ନ ଭିନ୍ନ ପ୍ରତିନିଧି ଦଳ ଦେଶର ପ୍ରମୁଖ ରାଜନୈତିକ ଦଳକୁ ଭେଟି ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ସମ୍ପର୍କରେ ଆଲୋଚନା କରୁଛନ୍ତି ।