ରାଜନୀତି

ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ସବୁ ଦଳକୁ ଭେଟିବ ବିଜେଡ଼ି

Published

on

ଭୁବନେଶ୍ୱର ୫/୧୨ : ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଲାଗି ଅଣ୍ଟା ଭିଡ଼ିଛି ବିଜେଡ଼ି । ଦଳ ପକ୍ଷରୁ ଆଜି ନିଆଯାଇଥିବା ଏକ ନିଷ୍ପତ୍ତି ଅନୁଯାୟୀ ବିଜେଡ଼ି ୨୨ଟି ରାଜନୈତିକ ଦଳକୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବ । ଏ ସମ୍ପର୍କରେ ସୂଚନା ଦେଇ ଦଳର ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ବିଜେଡ଼ି ମୋଟ୍ ୨୨ଟି ଦଳକୁ ଭେଟି ବ୍ୟବସ୍ଥାପକ ସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ବିଚାର ପରାମର୍ଶ କରିବ ।
ବିଜେଡ଼ି ଭେଟିବାକୁ ଥିବା ଜାତୀୟ ଦଳଗୁଡ଼ିକ ମଧ୍ୟରେ ବିଜେପି, କଂଗ୍ରେସ, ସିପିଆଇ, ସିପିଏମ୍ ପ୍ରଭୃତି ୭ଟି ଦଳ ରହିଛନ୍ତି । ବିଜେଡ଼ିର କେଉଁ ଟିମ୍ କେଉଁ ଦଳକୁ ଭେଟିବ ତାହା ମଧ୍ୟ ଆଜିର ବୈଠକରେ ସ୍ଥିର ହୋଇଛି । ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଲାଗି ବିଭିନ୍ନ ବିଧାନସଭାରେ ସଂକଳ୍ପ ପାରିତ କରିବା ପାଇଁ ବିଜେଡ଼ି ସେମାନଙ୍କୁ ପ୍ରବର୍ତ୍ତାଇବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version