ରାଜନୀତି

ମହିଳା କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ : ପୋଲିସ ସହ ଧସ୍ତାଧସ୍ତି

Published

on

ଭୁବନେଶ୍ୱର ୩/୧ : ପିପିଲି ଗଣଦୁଷ୍କର୍ମ ପ୍ରସଙ୍ଗକୁ ନେଇ ଗୁରୁବାର ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ ହୋଇଛି । ତେବେ ଶିଶୁଭବନ ଛକରେ ବିକ୍ଷୋଭକାରୀମାନଙ୍କୁ ପୋଲିସ ଅଟକାଇ ଦେବାରୁ ସେମାନେ ନବୀନ ନିବାସ ନିକଟରେ ପହଂଚି ପାରିନଥିଲେ । ମହିଳା କଂଗ୍ରେସର କର୍ମୀମାନଙ୍କୁ ପୋଲିସ ଅଟକାଇବା ବେଳେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଜଣେ ମହିଳା ଅଚେତ ହୋଇଯାଇଥିଲେ । ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଟମାଟୋ ମାଡ଼ କରିଥିଲେ । ପିପିଲି ପୀଡିତାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ମହିଳା କଂଗ୍ରେସ ଏହି ଆନ୍ଦୋଳନ କରିଥିଲା । ପୂର୍ବରୁ ମଧ୍ୟ ଏହି ଦାବି ନେଇ ବିଜେପି ମହିଳାମୋର୍ଚ୍ଚା ଆନ୍ଦୋଳନ କରିବା ସଙ୍ଗେସଙ୍ଗେ ନବୀନ ନିବାସ ଘେରାଉ କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version