ମାଲକାନଗିରି ୧୪/୧ : ମାଲକାନଗିରି ଏସପିଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଶଶୀ ନାମ୍ନି ଏହି ମାଓବାଦୀ ଜଣକ କାଲିମେଳା ଏରିଆ କମିଟିର ସଦସ୍ୟ ଥିଲେ । ତାଙ୍କ ନାଁରେ ୧୭ଟି ହିଂସାକାଣ୍ଡ ମାମଲା ରହିଛି । ଶଶୀଙ୍କୁ ଧରାଇ ଦେବାପାଇଁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।